ପରିବାରରେ ଗୋଟିଏ ବୋହୁ ପାଲଟନ୍ତି ସମସ୍ତ ଭାଇଙ୍କ ପତ୍ନୀ

0
114

ପୃଥିବୀର ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି। ପେରୁ, ପଶ୍ଚିମ ବ୍ରାଜିଲ, ଚାଇନା, ଆଫ୍ରିକାର କେତେକ ଅଞ୍ଚଳରେ ପରିବାରରେ ଜଣେ ଭାଇ ବିବାହ କରନ୍ତି ଏବଂ ତାଙ୍କର ବୋହୂ ଅନ୍ୟ ସମସ୍ତ ଭାଇଙ୍କର ସ୍ତ୍ରୀ ପାଲଟନ୍ତି। ଏସବୁ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ୍‌ ଥିବାରୁ ଏଭଳି ପରମ୍ପରା ପାଳନ କରାଯାଇଥାଏ। ସେହିପରି ଭାରତର ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ତିବ୍ବତର ଜନଜାତି ଇଲାକାରେ ମହିଳାଙ୍କ ସଂଖ୍ୟା କମ୍‌ ଥିବାରୁ ଏଭଳି ବହୁପତି ପରମ୍ପରା ଦେଖିବାକୁ ମିଳିଥାଏ। ବୋହୂ ଜଣକ ସବୁ ଭାଇଙ୍କ ସହିତ ସପ୍ତାହର ଏକ ନିର୍ଦ୍ଦିଷ୍ଟ ଦିନରେ ଶାରିରୀକ ସମ୍ପର୍କ ମଧ୍ୟ ରକ୍ଷା କରିଥାନ୍ତି। ଏହାଦ୍ୱାରା ଘରର ସମ୍ପତ୍ତି ଭାଗବଣ୍ଟା ହୋଇ ନ ଥାଏ। ସବୁ ଭାଇମାନେ ମିଳିମିଶି ସୁଖଶାନ୍ତିରେ ରହିଥାନ୍ତି।