୨୦୧୯ ନିର୍ବାଚନ : ନୂଆମୁହଁ ନେଇ ବାସୁଦେବପୁରରେ ଚର୍ଚ୍ଚା; ବିଜେପିରୁ ଅଶୋକ ସାହୁ

0
116

ବାସୁଦେବପୁର: ଆଗକୁ ସାଧାରଣ ନିର୍ବାଚନ । କିଏ ଆସିବେ ଦଳୀୟ ପ୍ରାର୍ଥୀ ଭାବରେ । କିଏ ଜମାଇବେ ଆସନ ଆଉ କାହାର ଘଟିବ ପତନ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲାର ବାସୁଦେବପୁର ଜନସାଧାରଣ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କିଏ ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଆଉ କାହାର ରାଜନୈତିକ ପତନ ଘଟିବ ତାହା ଆସନ୍ତା ନିର୍ବାଚନରେ ସ୍ପଷ୍ଟ ହେବ । ପୂର୍ବରୁ ମଇଦାନରେ ପ୍ରାର୍ଥୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଥିବା ୩ ଜଣ ଯୁବ ନେତା ଶୃଙ୍ଖଳିତ କର୍ମୀ ଭାବରେ ନିଜକୁ ପ୍ରମାଣିତ କରିବା ପରେ ୩ ପ୍ରମୁଖ ରାଜନୈତିକ ଦଳର ଯୁବନେତା ସମସ୍ତ ଅଭିଜ୍ଞତାକୁ ନେଇ ରାଜନୈତିକ ପଶାପାଲିରେ ଆରମ୍ଭ କରିବେ ସେମାନଙ୍କ ଗୋଟି•ଳନା । ବିଜେପିରୁ ଅଶୋକ ସାହୁ, ବିଜେଡିରୁ ବିଷ୍ଣୁବ୍ରତ ଓ କଂଗ୍ରେସରୁ ଅଶୋକ ଦାଶ ପ୍ରାର୍ଥୀ ଭାବରେ ଆସନ୍ତା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ପୂର୍ବରୁ ନିର୍ବାଚନ ମଇଦାନରେ ଓସ୍ତାଦ ଥିବା ବିଜୟଶ୍ରୀ ରାଉତରାୟ ନିର୍ବାଚନ ନ ଲଢ଼ି ଆସନ୍ତା ପାଇଁ ପୁଅ ବିଷ୍ଣୁବ୍ରତକୁ ମଇଦାନକୁ ଛାଡ଼ିବେ ବୋଲି ସଜବାଜ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ଏହାକୁ ନେଇ ଭିତରେ ଭିତରେ କିଛିଟା ଅସନ୍ତୁଷ୍ଟ ଦେଖାଦେଇଥିଲେ ବି ପରି•ଳନା କରିବାରେ ମାହିର ଥିବା ବିଜୟଶ୍ରୀ ଅସନ୍ୁଷ୍ଟମାନଙ୍କୁ ମନେଇପାରିବେ ବୋଲି ଚର୍ଚ୍ଚା ହେଉଛି । ପଞ୍ଚାୟତ ନିର୍ବାଚନ ସମୟରେ ଅଧିକାଂଶ ପଞ୍ଚାୟତରେ ସନ୍ତୁଷ୍ଟଗୋଷ୍ଠୀ ଓ ଅସନ୍ତୁଷ୍ଟଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଏଯାଏଁ ଥମିବାରେ ନାଁ ଧରୁନଥିଲା ବେଳେ ଗୋଟିଏ ଗୋଷ୍ଠୀ ଆମେ ମନ୍ତ୍ରୀଙ୍କ ଲୋକ ବୋଲି କହି ବୁଲୁଛନ୍ତି । ଅନ୍ୟ ଗୋଷ୍ଠୀ ମୁକ୍ତିକାନ୍ତଙ୍କର ବୋଲି ସାଧାରଣରେ ଶୁଣିବାକୁ ମିଳୁଛି । ତେବେ ମୁକ୍ତିକାନ୍ତଙ୍କ ଗୋଷ୍ଠୀକୁ ମନାଇବା ସମ୍ଭବପର ନ ହେଲେ ବିଷ୍ଣୁବ୍ରତଙ୍କ ପାଇଁ ବେଶ୍ ଘାତକ ହେବାର ସମ୍ଭାବନା ରହିଛି । ସେହିପରି ମିନାକ୍ଷୀ ନାୟକଙ୍କ ପରେ ଲଗାତାର ଭାବେ ନିର୍ବାଚନ ମଇଦାନ ନଜରରେ ଥିବା ମାଧବାନନ୍ଦ ମଲ୍ଲିକ ଆସନ୍ତା ରଣାଙ୍ଗନରୁ ବାଦ୍ ପଡ଼ିବା ଆଶଙ୍କା ଦେଖାଦେଇଛି । ମଲ୍ଲିକ କୋଣଠେସା ଅନୁଭବ କରି ଭାଜପାର ମିଶ୍ରଣପର୍ବରେ ସାମିଲ ହୋଇଛନ୍ତି । ଫଳରେ ଅଶୋକ ଦାଶ କଂଗ୍ରେସରୁ ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଆସିବେ ବୋଲି ସବୁଠି ଚର୍ଚ୍ଚା ଜୋର୍ ଧରିଛି । ମୋଦିଙ୍କ ଲହରକୁ ନେଇ ଚଳଚଞ୍ଚଳ ହୋଇଥିବା ରାଜ୍ୟ ବିଜେପିରେ ଶକ୍ତି ସଞ୍ଚାର ହୋଇଥିବା କୁହାଯାଉଛି । ସବୁକୁ ନେଇ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ ଭାବରେ ମଇଦାନକୁ ଓହ୍ଲାଇବ ସେନେଇ ରହିଛି ସଭିଙ୍କ ନଜର । ଦୀନବନ୍ଧୁ ପତିଙ୍କ ନେତୃତ୍ୱରେ ଯଦିଓ ବିଜେପିକୁ ସେତେ ପରିମାଣରେ ସଫଳତା ମିଳିପାରିନାହିଁ , ଆସନ୍ତା ନିର୍ବାଚନରେ ସ୍ୱଚ୍ଛ, ସରଳ ନିଷ୍କପଟ ବ୍ୟକ୍ତିତ୍ୱକୁ ଗୁରୁତ୍ୱ ଦିଆନଗଲେ ନୂଆ ବୋତଲରେ ପୁରୁଣା ନିଶାପାଣି ପରି ଦଳୀୟ ଭାବମୂର୍ତ୍ତି ପଦାରେ ପଡ଼ିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।