ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ା: ଗଡ଼କରୀ

0
139

କାମାକ୍ଷାନଗର: ରାଜ୍ୟରେ ଶିଳ୍ପ ହେଲେ ବେକାରୀ କମିବ। ଅଧିକ ପିଲା ନିଯୁକ୍ତି ପାଇବେ। ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିବ।” ଆଜି କାମାକ୍ଷାନଗରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି।

ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨.୫୦ ଲକ୍ଷ କୋଟି ଟଙ୍କାର ଯୋଜନା ରହିଛି । ଯଦି ରାଜ୍ୟ ସରକାର ସହଯୋଗ କରିବ ତେବେ ଏହା ଖୁବଶୀଘ୍ର ଆରମ୍ଭ ହେବ । ଆଗାମୀ ଭବିଷ୍ୟତରେ ପାରାଦ୍ୱୀପ ପୋର୍ଟରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହିଛି ଯେଉଁଥିରେ ୫୦ ହଜାର ଯୁବକଙ୍କକୁ ନିଯୁକ୍ତି ମିଳିବ । ଯେଉଁଥିପାଇଁ ଆଗାମୀ ଦିନରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନମ୍ବର ମାନ୍ୟତା ପାଇବ ତାହା ଆମର ପ୍ରୟାସ ଜାରି ରହିଛି । କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।

ରାଜ୍ୟ ବାହାର ଓ ଦେଶ ବାହାରକୁ କୋଇଲା ଓ ସାମୁଦ୍ରିକ ମାଛ ରତ୍ପାନୀ କରୁଛି ପାରାଦ୍ୱୀପ । ଯେତେ କେନ୍ଦ୍ରରେ ବିଜେପି ସରକାର ଆସିଲା ସେତେବେଳେ ପୋର୍ଟର ୩୪୦ କୋଟି ଟଙ୍କା ଲାଭ ଓ ୬୮୦ ଲକ୍ଷ ଟନ୍‌ ବ୍ୟବସାୟ ହେଉଥିଲା । ୨୦୧୮-୧୯ରେ ୧୧ ଶହ ଟନ୍‌ର ଦ୍ୱିଗୁଣ ବ୍ୟବସାୟ କରିବ ଏବଂ ୧୭ ଶହ କୋଟି ଟଙ୍କାର ରାଜସ୍ୱ ମିଳିବ ଓ ୭୫୦ କୋଟି ଟଙ୍କାର ଲାଭ ମିଳିବ ହେବ ବୋଲି ନୀତିନ କହିଛନ୍ତି । ପ୍ରଥମ ଥର ପାଇଁ ବିନା ଆଧୁନିକ ଜ୍ଞାନ କୌଶଳର ଉପଯୋଗରେ ସମୁଦ୍ରରୁ ତୈଳ ଅଣାଯାଇଛି । ଯାହାକି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨.୫୦ ଲକ୍ଷ କୋଟି ଟଙ୍କାର ଯୋଜନା ରହିଛି । ଯଦି ରାଜ୍ୟ ସରକାର ସହଯୋଗ କରିବେ ତେବେ ଏହା ଖୁବଶୀଘ୍ର ଆରମ୍ଭ ହେବ । ଆଗାମୀ ଭବିଷ୍ୟତରେ ଏହି ପୋର୍ଟରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହିଛି ଯେଉଁଥିରେ ୫୦ ହଜାର ଯୁବକଙ୍କକୁ ନିଯୁକ୍ତି ମିଳିବ । ଯେଉଁଥିପାଇଁ ଆଗାମୀ ଦିନରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନମ୍ବର ମାନ୍ୟତା ପାଇବ ତାହା ଆମର ପ୍ରୟାସ ଜାରି ରହିଛି । ଓଡ଼ିଶାରେ ସାଗରମାଳା ଯୋଜନାରେ ୨୦ ହଜାର କୋଟି ଟଙ୍କା ବିନିମୟରେ ୩୪ ପ୍ରକଳ୍ପ ଚୟନ ହୋଇଥିଲା । ସେଥିରୁ ୧୦ କୋଟି ଟଙ୍କା ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଏହାସହ କାମାକ୍ଷାନଗରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ସେଠାରେ ୨ ହଜାର ୩୩୫ କୋଟି ମୂଲ୍ୟର ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜା କରିଛନ୍ତି। ଏହାସହ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ଗଡ଼କରୀ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ।