ରିଲାଏନ୍ସର ୨୦% ଅଂଶଧନ କିଣିବ ଆରାମ୍‌କୋ

0
3

ସଉଦି ଆରବର ସର୍ବବୃହତ ତୈଳ କମ୍ପାନୀ ସଉଦି ଆରାମ୍‌କୋ ରିଲାଏନ୍ସର ଅଏଲ ଟୁ କେମିକାଲ ବ୍ୟବସାୟରେ ୨୦ ପ୍ରତିଶତ ଅଂଶଧନ କିଣିବ। ଏଥିଲାଗି ସଉଦି କମ୍ପାନୀ ୭୫୦୦ କୋଟି ଡଲାର(୫,୩୨,୪୬୬ କୋଟି ଟଙ୍କା) ନିବେଶ କରିବ। ମୁକେଶ ଅମ୍ବାନୀ କହିଛନ୍ତି ଯେ, ଏହି ଡିଲ୍‌ ରିଲାଏନ୍ସ ସମେତ ଦେଶର ସବୁଠାରୁ ବୃହତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହେବ। ଫଳରେ ରିଲାଏନ୍ସର ଜାମନଗର ରିଫାଇନେରିକୁ ଆରାମ୍‌କୋ ଦୈନିକ ୫ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଯୋଗାଇବ। ସୂଚନାଥାଉ କି, ମହାରାଷ୍ଟ୍ରରେ ପ୍ରତିଷ୍ଠା ହେବାକୁ ଯାଉଥିବା ୬୦ ବିଲିୟନ ଡଲାର ମେଗା ରିଫାଇନେୀରି ପ୍ରତିଷ୍ଠା ପାଇଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ସହ ସଉଦି ଆରାମକୋ ଚୁକ୍ତି କରିଛି। ଏଥିରେ ୟୁଏଇର ଆବୁଧାବୀ ନ୍ୟାଶନାଲ ଅଏଲ୍‌ କୋ(ଆଡନକ୍‌) ଆରାମ୍‌କୋ ସହ ମିଶି ୫୦ ପ୍ରତିଶତ ଅଂଶଧନ କିଣିବେ।

.