ଏସ୍‌ପ୍ଲାନେଡ୍‌ ୱାନ୍‌ରେ ମିଡ୍‌ନାଇଟ୍‌ ସେଲ୍‌ ୧୫ରେ

0
1

ଭୁବନେଶ୍ବର: ସ୍ବାଧୀନତା ଦିବସ ଉପଲକ୍ଷେ ଏସ୍‌ପ୍ଲାନେଡ୍ ୱାନ୍ ମଲ୍ ପକ୍ଷରୁ ମିଡ୍ ନାଇଟ୍‌ ସେଲ୍‌ ଘୋଷଣା କରାଯାଇଛି। ମିଡ୍‌ନାଇଟ୍‌ ସେଲ୍‌ର ଏହା ଦ୍ବିତୀୟ ସଂସ୍କରଣ ହୋଇଥିବା ବେଳେ ଏଥର ୧୦୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। ଗ୍ରାହକମାନେ ଫ୍ଲାଟ୍‌ ୫୦% ରିହାତି ପାଇପାରିବେ। ଗୋଟିଏ ଛାତ ତଳେ ମଧ୍ୟ ରାତ୍ରୀରେ ରିଲାଏନ୍ସ ଡିଜିଟାଲ୍‌, ଲାଇଫ୍‌ଷ୍ଟାଇଲ୍‌, ମାର୍କସ୍ ଆଣ୍ଡ୍ ସ୍ପେନ୍‌ସର୍‌, ହୋମ୍ ସେଂଟର୍‌, ଆଇକନିକ୍, ‌ଆଇଡେଷ୍ଟିନି, ଚିଲିଜ୍, ବର୍ଗର କିଙ୍ଗ, ହାମ୍‌ଲେଜ୍, ଟାଇମ୍‌ଜୋନ୍ ଭଳି ଷ୍ଟୋର୍‌ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖୋଲା ରହିବ ଗ୍ରାହକଙ୍କୁ ସେବା ପ୍ରଦାନ କରିବେ। ମଲ୍ ଖୋଲିବାର ୧୫ ମାସ ଭିତରେ ଏସ୍‌ପ୍ଲାନେଡ୍ ୱାନ୍ ସବୁ ବୟସ ବର୍ଗର ଲୋକମାନଙ୍କ ପସନ୍ଦର ସ୍ଥାନରେ ପରିଣତ ହୋଇଛି। ସ୍ବାଧୀନତା ଦିବସ ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ ହେଉଥିବାରୁ ସେହିଦିନ ପରିବାରର ଅନେକ ଲୋକ ଏହି ମିଡ୍‌ନାଇଟ୍‌ ସେଲ୍‌ରେ ଭାଗ ନେବେ ବୋଲି ମଲ୍‌ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏ ସମ୍ପର୍କରେ ମଲ୍‌ର ସେଣ୍ଟର୍‌ ଡାଇରେକ୍ଟର ପାର୍ଥ ନାଏକ କହିଛନ୍ତି ଯେ, ଓଡ଼ିଶା ଆମକୁ ଯେଉଁଭଳି ଭାବେ ପସନ୍ଦ କରୁଛି ତାହାକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ। ଗତବର୍ଷ ଆମେ ଆୟୋଜନ କରିଥିବା ମିଡ୍‌ ନାଇଟ୍ ସେଲ୍‌କୁ ଜବରଦସ୍ତ ସମର୍ଥନ ମିଳିଥିଲା। ସେଥିପାଇଁ ଆମେ ଚଳିତ ବର୍ଷର ସେଲ୍‌କୁ ଅଧିକ ବଡ଼ ଓ ଉନ୍ନତ କରିଛୁ। ଶତାଧିକ ବ୍ରାଣ୍ଡ୍‌ ବିପୁଳ ରିହାତି ପ୍ରଦାନ କରୁଥିବାରୁ ଏହି ସେଲ୍ ଗ୍ରାହକଙ୍କ ସପିଙ୍ଗ ଅନୁଭୂତିକୁ ନୂତନ ସ୍ତରରେ ପହଞ୍ଚାଇବ ବୋଲି ଆମେ ଭାବୁଛୁ ବୋଲି ସେ କହିଛନ୍ତି।