ଗୋଟିଏ ଦିନ ଦେଶର ପ୍ରଧାନମନ୍ତ୍ରୀ ହେଲେ ଏମିତି କରିବେ ବାହୁବଳୀ ପ୍ରଭାସ

0
4

ବାହୁବଳୀ ଷ୍ଟାର୍‌ ପ୍ରଭାସ ‘ସାହୋ’ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ପ୍ରମୋଶନ ପାଇଁ ସାଥୀ କଳାକାର ଶ୍ରଦ୍ଧା କପୁରଙ୍କ ସହ ବିଭିନ୍ନ ଜାଗାକୁ ମଧ୍ୟ ଯାଉଛନ୍ତି। ନିକଟରେ ସେ କମେଡିଆନ୍‌ କପିଲ୍‌ ଶର୍ମାଙ୍କ ଶୋ’କୁ ଯାଇଥିଲେ। ସର୍ବଦା ଶାନ୍ତ ସ୍ବଭାବର ପ୍ରଭାସ କପିଲଙ୍କ ମଜାଳିଆ କଥା ଶୁଣି ନିଜ ହସକୁ ସମ୍ଭାଳିପାରି ନ ଥିଲେ। ଗୋଟିଏ ଦିନ ଦେଶର ପ୍ରଧାନମନ୍ତ୍ରୀ ହେଲେ କ’ଣ କରିବେ ବୋଲି କପିଲ ପ୍ରଭାସଙ୍କ ପଚାରିଥିଲେ। ଏହାର ଉତ୍ତରରେ ମୁଁ ଇଣ୍ଟଷ୍ଟ୍ରିରେ ଚାଲୁଥିବା ସମସ୍ତ ସାକ୍ଷାତକାର ବନ୍ଦ କରିଦେବି ବୋଲି କହିଥିଲେ। ପ୍ରଭାସ, ଶ୍ରଦ୍ଧାଙ୍କ ବ୍ୟତୀତ ‘ସାହୋ’ ଫିଲ୍ମରେ ନୀଲ ନୀତିନ ମୁକେଶ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମଟି ଅଗଷ୍ଟ ୩୦ରେ ରିଲିଜ୍‌ ହେବ।

.